ସହିଦନଗର ଥାନା ଭିତରେ ପଶି ପୋଲିସ ଅଧିକାରୀଙ୍କୁ ମାଡ ମାରିବା ଓ ଥାନା ଭଙ୍ଗାରୁଜା କରିବା ଘଟଣାରେ ଶନିବାର କମିଶନରେଟ ପୋଲିସ ବିଜେଡିର ଯୁବ ନେତା ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି. ପୂର୍ବରୁ ପୋଲିସ ଏହି ଘଟଣାରେ 6 ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ପ୍ରକାଶ ଏହାର ମାଷ୍ଟରମାଇଣ୍ଡ ଥିଲେ ବୋଲି ଜଣାପଡିଛି. ଶନିବାର ପ୍ରକାଶଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି. ତେବେ ଏଠାରେ ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ସହିଦନଗର ଥାନା ଭିତରେ ପଶି କିଛି ଦୁର୍ବୃତ୍ତ ଉନ୍ମତ୍ତ କାଣ୍ଡ ଘଟାଇଥିଲେ. ଜିନିଷପତ୍ର ଭଙ୍ଗାରୁଜା କରିବା ସହ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ. ସିସିଟିଭି ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ 6 ଜଣଙ୍କୁ ଗିରଫ କରିଥିଲା.

LEAVE A REPLY

Please enter your comment!
Please enter your name here