ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ହାମଲାରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି. ରାୟଗଡାସ୍ଥିତ 4ର୍ଥ ବାଟାଲିୟନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି. ଏନେଇ ଗଜପତି ଛକରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି 4ର୍ଥ ବାଟାଲିୟନ କ୍ୟାମ୍ପସ ପର୍ଯ୍ୟନ୍ତ ଯାଇଥିଲା. ଯେଉଁଥିରେ ସିଆରପିଏଫ ଯବାନ, ବଣିକ ସଂଘ ଓ ସାଧାରଣ ନାଗରିକ ଯୋଗ ଦେଇଥିଲେ. ପରେ ସହିଦ ଯବାନଙ୍କ ଫଟୋ ଆଗରେ ମହମବତୀ ଲଗାଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହାପରେ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.

LEAVE A REPLY

Please enter your comment!
Please enter your name here