ଡେପୁଟି କଲେକ୍ଟରଙ୍କୁ ମହଙ୍ଗା ପଡିଲା ସ୍ତ୍ରୀକୁ ନିର୍ଯାତନା ଦେବା । ପତ୍ନୀକୁ ନିର୍ଯାତନା ଦେବା ଅଭିଯୋଗରେ ଝାରସୁଗୁଡା ଟାଉନ ଥାନା ପୋଲିସ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ବୌଦ୍ଧ ଡେପୁଟୀ କଲେକ୍ଟର ଶରତ ବାଗ୍ ନିଜ ସମ୍ପର୍କୀୟଙ୍କ ସହ ମିଶି କିଛିଦିନ ହେବ ପତ୍ନୀଙ୍କୁ ମାଡ ମାରୁଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଝାରସୁଗଡା ବିଟିଏମ୍ ଫାଣ୍ଡିରେ ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି ପୋଲିସ । ଏବଂ ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । କିଛିଦିନି ତଳେ ଡେପୁଟି କଲେକ୍ଟର ଶରତ ବାଗ୍ ଝାରସୁଗଡା ଯାଇଥିଲେ । ଏହି ସମୟରେ ଶରତ ବାଗ୍ ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ । ସେଠାରେ ପତ୍ନୀଙ୍କ ସହ ତାଙ୍କର ବଚସା ହୋଇଥିଲା ।

LEAVE A REPLY

Please enter your comment!
Please enter your name here