ହାଥରସ ଘଟଣାରେ ଏବେ ୪ ଦୁଷ୍କର୍ମକାରୀ କାଠଗଡାରେ । ଜେଲରୁ ଏସପିଙ୍କୁ ଚିଠି ଲେଖି ନିଜକୁ ନିର୍ଦ୍ଧୋଷ ଘୋଷଣା କରିବାକୁ ଚେଷ୍ଟା କରିଛନ୍ତି । ଏସପିଙ୍କୁ ୪ ଆସାମୀ ଚିଠି ଲେଖି କହିଛନ୍ତି, କି ପୀଡିତାଙ୍କ ସାଙ୍ଗରେ ଆମର ଭଲ ଦୋସ୍ତି ଥିଲା । ପୀଡିତାଙ୍କ ସହ ଆମେ ଭଲରେ କଥା ବି ହେଉଥିଲୁ । କିନ୍ତୁ ଆମେ ପିଡୀତକୁ ମାରିନୁ । ପୀଡିତାଙ୍କ ମା ଓ ଭାଇ ପୀଡିତାକୁ ମାରିଛନ୍ତି । ଯାହା ଫଳରେ ପିଡୀତାଙ୍କର ମୃତ୍ୟୁ ହୋଇଛି । ଚାରି ଦୋଷୀ ସନ୍ଦୀପ, ରାମୁ, ଶିବ ଏବଂ ଲବକୁଶ ଏହି ଚିଠି ଲେଖିଛନ୍ତି । ଏହି ଚିଠିରେ ସେମାନଙ୍କ ଦସ୍ତଗତ ରହିବା ସହ ସେମାନଙ୍କ ଆଙ୍ଗୁଳି ଚିହ୍ନ ବି ରହିଛି ।

LEAVE A REPLY

Please enter your comment!
Please enter your name here