ପାକିସ୍ତାନର ବାଲକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ ଉପରେ ବିରୋଧୀ ଦଳର ନେତାମାନେ ପ୍ରଶ୍ନ ଉପରେ ପ୍ରଶ୍ନ ଛିଡା କରୁଛନ୍ତି. ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି କଂଗ୍ରେସ ନେତା ମଧ୍ୟ ଏହି ପ୍ରଶ୍ନ କରୁଛନ୍ତି. ଏନେଇ ବୁଧବାର ବୈଦେଶିକ ମନ୍ତ୍ରୀ ଜେନେରାଲ ବି.କେ ସିଂହ ଏକ ଟ୍ୱିଟ କରିଛନ୍ତି. ଯେଉଁଥିରେ ସେ ବିରୋଧୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀଙ୍କୁ ମଶା ସହ ତୁଳନା କରିଛନ୍ତି. ଆଉ କହିଛନ୍ତି ରାତିରେ ମଶା ମାରି ଶୋଇଯାଏ, ହେଲେ ତାକୁ ଗଣେନାହିଁ. ବିରୋଧୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେଉଁମାନଙ୍କୁ ଉତ୍ତର ଦରକାର ସେମାନେ ଘଟଣାସ୍ଥଳକୁ ଯାଆନ୍ତୁ, ଗଣନ୍ତୁ ଆଉ ଆସନ୍ତୁ. ଖାଲି ଏମିତି ପଚାରିଲେ କିଛି ହେବ ନାହିଁ. ଯଦି ସୋନେ ଜାଣିବାକୁ ଚାହୁଁଛନ୍ତି ତାହାଲେ ଏୟାରଫୋର୍ସର  ବିମାନ ସହ ଚାଲି ଯାଇଥାନ୍ତେ. ଗଣିକି ପଳେଇ ଆସିଥାନ୍ତେ. ଗଣିବା ପାଇଁ ଏହା ହିଁ ହେଉଛି ଗୋଟିଏ ଉପାୟ ବୋଲି ସେ କହିଛନ୍ତି. ରାଜନୈତିକ ସ୍ୱାର୍ଥ ଦେଖିଲେ ଦେଶର ହିଁ କ୍ଷତି ହେବ. ଯଦି ମିଳିମିଶି ବୁଝାମଣା କରି କାମ କରାଯିବ ତାହେଲେ ଦେଶର ଉନ୍ନତି ହେବ. ହେଲେ ଯେଉଁମାନେ ରାଜନୀତିରେ ତଳକୁ ଖସିବାକୁ ଚାହୁଁଛନ୍ତି, ସେମାନଙ୍କର କିଛି କରି ହେବ ନାହିଁ. କଂଗ୍ରେସର ଦିଗବିଜୟ ସିଂହ, ମନୀଷ ତିୱାରୀ, ସଲମାନ ଖୁର୍ସିଦ, ସମେତ ବହୁ ବଡ ନେତା ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ କରିଛନ୍ତି. ଯାହାକୁ ନେଇ ସେନାର ମନୋବଳ ଭାଙ୍ଗୁଛି ବୋଲି ବିଜେପି ଅଭିଯୋଗ କରିଛି.

LEAVE A REPLY

Please enter your comment!
Please enter your name here