ନାଁ ଆଲିଶା ଅଗ୍ରବାଲ । ବୟସ ୮ ବର୍ଷ । ଏହି କୁନି ଝିଅଟିର ପଛରେ ଲୁଚି ରହିଛି ବିରଳ ପ୍ରତିଭା । ପଟି ଦ୍ୱାରା ଆଖିକୁ ବାନ୍ଧି ଦେବା ପରେ ବି କୁନି ଝିଅଟି ସ୍ପଷ୍ଟ ଭାବରେ କହିପାରୁଛି ତା ସାମ୍ନାରେ କଣ ଅଛି । ଆଖି ବନ୍ଦ ରହିଲେ ଯାହା ଯାହା କରିବା ସମ୍ଭବ ନୁହେଁ ତାହା ସେ ଅତି ସହଜରେ ବନ୍ଦ ଆଖିରେ କରିପାରୁଛି । ବରଗଡ ସହରର କାଳି ମନ୍ଦିର ପଡା ଶ୍ୟାମାକାଳି ଏନକ୍ଲେଭ । ବିକାଶ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଆଲିଶାଙ୍କର ଏ ବିସ୍ମୟ ପ୍ରତିଭାକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା । ତାଙ୍କ ପ୍ରତିଭାକୁ ନେଇ ଚକିତ ହୋଇଛନ୍ତି ବାପା ଦିନେଶ ଅଗ୍ରବାଲ ଓ ମା ନୁପୁର ଅଗ୍ରବାଲ । କିଛି ଦିନ ତଳେ ଆଲିଶାଙ୍କ ଠାରେ ଦେଖିବାକୁ ମିଳିଥିଲା ଏଭଳି ବିସ୍ମୟ ସୃଷ୍ଟିକଲା ଭଳି ପରିବର୍ତ୍ତନ । ତାଙ୍କ ଆଖିରେ ଅନ୍ଧ ପୁଟୁଳି ଭଳି କପଡା ବାନ୍ଧିଦେଲେ ମଧ୍ୟ ସମ୍ମୁଖରେ ଥିବା ବ୍ୟକ୍ତି କଣ ଧରିଛନ୍ତି , କଣ କରୁଛନ୍ତି, ଏମିତି କି କବାଟ କାନ୍ଥ ପଛପଟେ ଥିବା ଲୋକଙ୍କୁ ଦେଖି ପାରୁଛନ୍ତି ଏହି କୁନି ଝିଅ । ଗତ ଗୁରୁବାର ଦିନ ଆଲିଶା ନିଜ ମାଙ୍କୁ କହିଥିଲେ, ଆଖିରେ କପଡା ବାନ୍ଧିଦେଲେ ମୁଁ ସବୁ ଦେଖିପାରିବି । ଝିଅର ଏ କଥା ଶୁଣି ମଜା କରୁଛି ଭାବିଥିଲେ ମା ନୂୁପୁର । କିନ୍ତୁ ପରେ ଝିଅର ଏ ପ୍ରତିଭା ଦେଖି ଚକିତ ହୋଇଥିଲେ ସେ । ଘଟଣା ପ୍ରଘଟ ହେବାପରେ ପାଖ ପଡୋଶୀ ଆସି ଆଲିସାଙ୍କୁ ପରୀକ୍ଷା କରିଥିଲେ । ଦିନେସ ଅଗ୍ରବାଲଙ୍କ ୩ ସନ୍ତାନ ମଧ୍ୟରୁ ଦିତୀୟ ସନ୍ତାନ ହେଉଛନ୍ତି ଆଲିସା । ଆଲିସାଙ୍କୁ ନେଇ ବାପା ମା ଯେତିକି ଗର୍ବ କରୁଛନ୍ତି ସେତିକି ମନରେ ଡର ମଧ୍ୟ ରହିଛି । ଅନ୍ୟପଟେ ଏହି ପ୍ରତିଭା ପାଇଁ ବିକାଶ ସ୍କୁଲ ପକ୍ଷରୁ ଆଜି ଆଲିସାଙ୍କୁ ସମ୍ମାନିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here