ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର କେନ୍ଦ୍ରାପଡାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି. ଫଳରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି ଏବଂ ଅନେକ ଜାଗାରେ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି. ଏହାସହ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି. ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଜାଗାରେ ପୋଲିସ ମୁତୟନ କରାଯାଇଛି. ପ୍ରଶାସନ ତରଫରୁ 144 ଧାରା ମଧ୍ୟ ଲାଗୁ କରାଯାଇଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 12 ନମ୍ବର ୱାର୍ଡର ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ସମାରୋହ ଅନୁଷ୍ଠିତ କରାଯାଇଥିଲା. ମାତ୍ର ଏହାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା. ପରବର୍ତ୍ତୀ ସମୟରେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗିରହିଥିଲା.

 

LEAVE A REPLY

Please enter your comment!
Please enter your name here