ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର କାଳିଝାଟି ଗାଁରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି. ଯାହାର ଲମ୍ବ ପ୍ରାୟ 16 ଫୁଟ ହେବ ବୋଲି ସାପ ବିଶେଷଜ୍ଞ ପ୍ରକାଶ ମର୍ଦରାଜ କହିଛନ୍ତି. ସୂଚନା ଅନୁସାରେ, ସାପଟି ଆହତ ଅବସ୍ଥାରେ ଗର୍ଜନ କରୁଥିଲା. ଏହା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ. ପରେ ଘଟଣାସ୍ଥଳରେ ସାପ ବିଶେଷଜ୍ଞ ପ୍ରକାଶ ମର୍ଦରାଜ ନିଜ ଟିମ ନେଇ ପହଞ୍ଚିଥିଲେ ଏବଂ ସାପଟିକୁ ଉଦ୍ଧାର କରିଥିଲେ. ସାପଟି ଆହତ ଥିବାରୁ ତାକୁ ନୀଳଗିରି ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇ କୁଲଡିହା ଅଭୟାରଣ୍ୟରେ ଛାଡିଦିଆଯାଇଥିବା ସୂଚନା ମିଳିଛି. ୁ ଫୁ ଫ ଫୁଟର

LEAVE A REPLY

Please enter your comment!
Please enter your name here