ନୂଆଦିଲ୍ଲୀ: ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ଅଭିଯୋଗ ପରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।ମନ୍ଦିର ସମିତି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି; ୨୦୨୬ ଜୁଲାଇ ୨ ତାରିଖରେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା। ସେହି ସମୟରେ ଜଣାପଡ଼ିଥିଲା ଯେ ପ୍ରମୋଦ ନୌଟିୟାଲ ଥାଳି ଭେଟି ଗଣତି ସ୍ଥାନରୁ କେତେକ ସାମଗ୍ରୀ ନିଜ ମୋବାଇଲ୍ ସହିତ ନେଇ ଯାଇଥିଲେ। ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସେ ନିଜ ପାଖରେ କଣ ରଖିଛନ୍ତି? ସେ ସମ୍ପର୍କରେ ମନ୍ଦିର ସମିତି ଅଭିଯୁକ୍ତଙ୍କଠାରୁ ୪୮ ଘଣ୍ଟା ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ମାଗିଛି। ସେ ସ୍ପଷ୍ଟୀକରଣ ନଦିଅନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାରୁ ଅନୁଯାୟୀ ଜୁଲାଇ ୩ ତାରିଖରେ ଏକ ହିନ୍ଦୁ ସଂଗଠନ ପକ୍ଷରୁ ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ମାମଲାର ତଦନ୍ତ ପାଇଁ ବିକେଟିସି ଅଧ୍ୟକ୍ଷ ଏକ ୪ ଜଣିଆ ସମିତି ଗଠନ କରିଥିଲେ। ଏହି ସମିତି ମାମଲାର ପ୍ରାଥମିକ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here