ଭୁବନେଶ୍ଵର: ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଉକ୍ତ ଖାଲି ପଦ ପୂରଣ ପାଇଁ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।ଏନେଇ ଜୁନ୍ ୧ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନ କମିଶନର ସୂଚନା ଅନୁସାରେ, ଜୁନ୍ ୮ ସୁଦ୍ଧା ନାମାଙ୍କନ, ଜୁନ୍ ୯ ସୁଦ୍ଧା ଯାଞ୍ଚ, ଜୁନ୍ ୧୧ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଆବଶ୍ୟକ ସ୍ଥଳେ ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

LEAVE A REPLY

Please enter your comment!
Please enter your name here