କୋଲକାତା: ‘ୱେଷ୍ଟ ବେଙ୍ଗଲ’ ର ନାମ ପରିବର୍ତନ କରି ରାଜ୍ୟର ନାମ ‘ପଶ୍ଚିମ ବଙ୍ଗ’ ରଖିବାକୁ ପ୍ରସ୍ତାବ ଆଣିବେ ଶୁଭେନ୍ଦୁ ସରକାର । ଆସନ୍ତା ଡିସେମ୍ବର ୯ ତାରିଖରେ ଏହି ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଉପସ୍ଥାପନ ହେବ । ସୋମବାର ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଭାରତୀୟ ସମ୍ବିଧାନର ଧାରା ୩ ଅନୁଯାୟୀ, କୌଣସି ରାଜ୍ୟର ନାମ ପରିବର୍ତ୍ତନ କରିବାର ଅଧିକାର ସଂସଦର ରହିଛି । ପ୍ରଥମେ ରାଜ୍ୟ ବିଧାନସଭାରେ ଏନେଇ ପ୍ରସ୍ତାବ ପାରିତ ହେବ । ଏହାପରେ ପ୍ରସ୍ତାବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯିବ । ରାଷ୍ଟ୍ରପତିଙ୍କ ସୁପାରିସ ପରେ ସଂସଦରେ ଏନେଇ ବିଲ୍ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଧାରଣ ବହୁମତରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଲେ ନାମ ପରିବର୍ତ୍ତନ ଆଇନଗତ ମାନ୍ୟତା ପାଇବ । ତେବେ ଏହି ପ୍ରକ୍ରିୟାରେ ରାଜ୍ୟ ବିଧାନସଭାର ମତାମତ ବାଧ୍ୟତାମୂଳକ ନୁହେଁ । ଭାରତରେ ପୂର୍ବରୁ ମଧ୍ୟ ଅନେକ ରାଜ୍ୟର ନାମ ପରିବର୍ତ୍ତନ ହୋଇଛି । ୨୦୧୧ରେ ଓଡ଼ିଶାର ନାମ ‘ଓରିଶା’ରୁ ‘ଓଡ଼ିଶା’ ଏବଂ ଭାl‘ଓଡ଼ିଆ’କୁ ପରିବର୍ତ୍ତନ କରାଯାଇଥିଲା । ସେହିପରି ୨୦୦୭ରେ ଉତ୍ତରାଞ୍ଚଳର ନାମ ବଦଳାଇ ‘ଉତ୍ତରାଖଣ୍ଡ’ ରଖାଯାଇଥିଲା । ନିକଟରେ କେରଳର ନାମ ‘କେରଳମ୍’ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛି l














