ଭୁବନେଶ୍ୱର: ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ ସାମିଲ । ସାଙ୍ଗଠନିକ ବୈଠକରେ ଦଳର ଶୀର୍ଷ ନେତୃତ୍ବ ଉପସ୍ଥିତ । ସୁଜାତାଙ୍କୁ ଦଳକୁ ସ୍ବାଗତ କଲେ ଅନେକ ବରିଷ୍ଠ ନେତା । ପ୍ରଶାସକ ଭାବେ ସଫଳ ଛାପ ଛାଡ଼ିଛନ୍ତି ସୁଜାତା। ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ । କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସୁଜାତା । ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତି କରଣ ଦିଗରେ ଅନେକ କାମ କରିଛନ୍ତି । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ । ସୁଜାତାଙ୍କ ସମୟରେ SHG ଗ୍ରୁପ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା ।












