ଭୁବନେଶ୍ୱର: ୨୦୨୬ ମଧ୍ୟରେ ଓଡ଼ିଶାର କଟକ, ଢେଙ୍କାନାଳ, ବାଲେଶ୍ୱର, ସମ୍ବଲପୁର ଏବଂ ବ୍ରହ୍ମପୁରଠାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ୍ସ ସେଣ୍ଟର ପ୍ରତିଷ୍ଠା କରିଛି ଟାଟା । ଏହି ପଦକ୍ଷେପଟି ଓଡ଼ିଶାର ବଢୁଥିବା ବିଦ୍ୟୁତ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ବିଶେଷ କରି ଜାତୀୟ ଏବଂ ରାଜ୍ୟ ସ୍ତରର ସ୍ୱଚ୍ଛ ଶକ୍ତି ଯୋଜନା, ଯେପରିକି – ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଏବଂ ୟୁଏଲ୍ଏ କାର୍ଯ୍ୟକ୍ରମ ଅଧୀନରେ ରୁଫଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟା ଦ୍ରୁତ ଗତିରେ ବଢୁଥିବାରୁ ଏହି ତାଲିମପ୍ରାପ୍ତ କର୍ମଚାରୀମାନେ ବିଶେଷ ସହାୟକ ହେବେ । ସ୍ଥାନୀୟ ଯୁବକଯୁବତୀ ଓ ବୈଷୟିକ କର୍ମଚାରୀମାନଙ୍କୁ କାମ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ସହ ସେମାନଙ୍କର ନିଯୁକ୍ତି ସୁଯୋଗ ବଢ଼ାଇବା ଏହି କେନ୍ଦ୍ରଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଏଠାରେ ଇଲେକ୍ଟ୍ରିକାଲ୍ ସିଷ୍ଟମ୍, ରୁଫ୍ଟପ୍ ସୋଲାର୍ ସ୍ଥାପନ, ପରିଚାଳନା ଓ ରକ୍ଷଣାବେକ୍ଷଣ, ବିଦ୍ୟୁତ ସୁରକ୍ଷା ଏବଂ ଗ୍ରାହକ ସେବା ଭଳି ବିଷୟଗୁଡ଼ିକ ଉପରେ ସୁସଂଗଠିତ ତଥା ବାସ୍ତବିକ ପ୍ରାକ୍ଟିକାଲ୍ ତାଲିମ ପ୍ରଦାନ କରାଯାଉଛି।
















