ଆଡପ ମଣ୍ଡପରେ ଚୁଲି ଭାଙ୍ଗିଦେଲା ଦୁର୍ବୃତ୍ତ । ସାତ ଜଣ ସୁଆରଙ୍କ 20ଟି ଚୁଲି କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ମହାପ୍ରଭୁଙ୍କ ଆଡପ ଅବଢା ପାଇଁ ଚୁଲି ପ୍ରସ୍ତୁତ କରାଯାଇଥିବା ବେଳେ କେହି ଚୁଲି ଭାଙ୍ଗିଦେଇଥିବା ଜଣାପଡିଛି । ତେବେ ମୋଟ 752 ଚୁଲି ଥିବା ବେଳେ ମାତ୍ର 20ଟି ଚୁଲି କେହି ଭାଙ୍ଗିଦେଇଛନ୍ତି । ଏଥିରେ ମହାପ୍ରଭୁଙ୍କ ଅବଢା ପ୍ରସ୍ତୁତିରେ କିଛି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି । ଯେଉଁ ସୁଆରଙ୍କର ଚୁଲି ଭାଙ୍ଗିଛି, ସେହି କେବଳ ଅସୁବିଧାରେ ପଡିବେ ।

LEAVE A REPLY

Please enter your comment!
Please enter your name here