ରାଜ୍ୟରେ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ଜିଲ୍ଲା ସ୍ତରରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରୀ ଖରା ବଢିବାକୁ ଥିବାରୁ ଲୋକଙ୍କୁ ଏନେଇ ଅଧିକରୁ ଅଧିକ ସଚେତନ କରିବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଣ କରିବେ ସେ ନେଇ ବିଭନ୍ନ ଗଣମାଧ୍ୟମକୁ ସତର୍କ ଏବଂ ପ୍ରଚାର କରିବାକୁ କୁହାଯାଇଛି । ଯେଉଁ ଗାଁ ଏବଂ ୱାର୍ଡରେ ଜଳ ସଙ୍କଟ ରହିଛି ସେଗୁଡିକୁ ଚିହ୍ନଟ କରାଯିବ । ଆବଶ୍ୟକୀୟ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଖରାପ ନଳକୂପର ମରାମତି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କେନାଲରେ ପାଣି ଛାଡିବା , ପାନୀୟ ଜଳସେବା କେନ୍ଦ୍ର ମଧ୍ୟ ଖୋଲାଯିବ, ପଶୁପକ୍ଷୀଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ରଖିବାକୁ ନିର୍ଦ୍ଦେଶ ରହିଛି । ଓଆରଏସ ରଖିବା ସହିତ ପଡିଆରେ ଖେଳକୁଦ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଗ୍ରୀଷ୍ମ ପ୍ରବାହ ମୁ୍‌କାବିଲା ନେଇ ପିଲାଙ୍କୁ ସଚେତନ କରାଯିବ । ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ, ସାଲାଇନ, ଓଆରଏସ ମହଜୂଦ ରଖାଯିବ । ସମସ୍ତ ଯାତ୍ରୀବାହି ବସରେ ପାଣି ଏବଂ ଓଆରଏସ ରଖିବା ପାଇଁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବାକୁ କହିଛନ୍ତି ଏସଆରସି ।

LEAVE A REPLY

Please enter your comment!
Please enter your name here