ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସିଲେ । ତୃଣମୂଳରୁ ରାଜ୍ୟସ୍ତରୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ । 2019 ପାଇଁ ପ୍ରସ୍ତୁତିର ସମୀକ୍ଷା କରି ଫେରିଗଲେ । ଅବଶ୍ୟ ଦିନିକିଆ ଓଡିଶା ଗସ୍ତ ସମୟରେ ବିଜେଡି ବିରୋଧରେ ବର୍ଷିଛନ୍ତି ଅମିତ । ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି କେନ୍ଦ୍ର ଅନୁଦାନ ପର୍ଯ୍ୟନ୍ତ ପ୍ରସଙ୍ଗରେ ନବୀନଙ୍କୁ କଟୁ ସମାଲୋଚନା କରିଛନ୍ତି ଶାହା । 4 କୋଟି ଓଡିଆଙ୍କ ଆଶା ଓ ବିଶ୍ବାସକୁ ସୁରକ୍ଷା ଦେଇପାରୁ ନଥିବା ନବୀନଙ୍କୁ ଗାଦି ଛାଡିବାକୁ ଆହ୍ବାନ ଦେଇଛନ୍ତି ସେ । ଖୁବ୍ ଆଡମ୍ବରପୂଣ୍ଣ ଭାବେ ମଟର ସାଇକେଲ ଶୋଭାଯାତ୍ରାରେ ଅମିତଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ପାଛୋଟି ଆଣିଥିଲେ ଦଳର ନେତା ଓ କର୍ମୀମାନେ । ଦଳର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିଲା ମାରାଥନ ବୈଠକ । ପ୍ରଥମେ ସଂସଦୀୟ କ୍ଷେତ୍ରର ପ୍ରଭାରୀ, ବିସ୍ତାରକ ଓ ପଞ୍ଚାୟତ ପ୍ରମୁଖଙ୍କ ସହ ବିସ୍ତୃତ ଭାବେ ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here