କଟକ ଜିଲ୍ଲାର ଚୌଦ୍ୱାରରେ ସଡ଼କ ଦୁର୍ଘଟଣା । କଜଳକଣା ନିକଟରେ ନିଳକଣ୍ଠ ବସ ଯାତ୍ରୀନେଇ ଯାଉଥିବାବେଳେ ଓଲଟି ପଡ଼ିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଆହତ ଲୋକଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଉଛି । ଏମାନଙ୍କ ମଧ୍ୟରୁ ଚାରି ପାଞ୍ଚ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏବେ ସୁଦ୍ଧା ବସ ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ପୋଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି।

  ସୋମବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନୀଳକଣ୍ଠ ନାମକ ଏକ ଘରୋଇ ବସ କଟକରୁ ଅନୁଗୁଳ ଯାଉଥିଲା। ମାତ୍ର ବସଟି ଚୌଦ୍ଵାରା ନିକଟ କଜଳକଣା ନିକଟରେ ବସଟି ଦୁର୍ଘଟଣାର ଶିକାର ହୋଇଛି। କୁହାଯାଉଛି ଯେ ବସଟି ଦ୍ରୁତ ଗତିରେ ଯାଉଥିଲା ଏବଂ ଏକ ଟ୍ରକକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ପଡ଼ିଥିବା ବାଲିରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ବସରେ ପ୍ରାୟ ୫୦ ରୁ ୬୦ ଯାତ୍ରୀ ଯାତ୍ରା କରୁଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here