ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଆଜି ଶୁଣାଣୀ ହୋଇପାରି ନାହିଁ । କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରି ପାରି ନଥିବାରୁ ଆସନ୍ତାକାଲିକୁ ଶୁଣାଣୀ ସ୍ଥଗିତ ରହିଛି । ଆସନ୍ତାକାଲି ସୁଦ୍ଧା ଚାର୍ଜସିଟ୍‌ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ କନଷ୍ଟେବଳଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ହାଇକୋର୍ଟଙ୍କ ଖଣ୍ଡପୀଠରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଶୁଣାଣୀ ହେବାର ଥିଲା । ମାତ୍ର କ୍ରାଇମବ୍ରାଞ୍ଚ ଆଇଜି ଚାର୍ଜସିଟ୍‌ ଦାଖଲ କରି ପାରି ନ ଥିଲେ । ଫଳରେ ଆସନ୍ତାକାଲିକୁ ଶୁଣାଣୀ ଘୁଞ୍ଚିଛି ।

LEAVE A REPLY

Please enter your comment!
Please enter your name here