ବିଶ୍ୱକପ୍ ରେ ନିଜ ସ୍ଥାନ କାୟମ ରଖିବା ପାଇଁ ଭାରତୀୟ ଟିମକୁ ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ.

ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମକୁ ରବିବାର ଦିନ ଆମେରିକା ସହ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ମୁକାବିଲା କରିବାକୁ ପଡ଼ିବ. ଆଗକୁ ବଢିବା ପାଇଁ ଏହି ମ୍ୟାଚ ସହ ଆୟାରଲାଣ୍ଡ ଓ ଇଂଣ୍ଡନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ମଧ୍ୟ ନିର୍ଭର କରିବାକୁ ପଡିବ. ପୁଲ ବି ରେ ଆୟାରଲାଣ୍ଡ ଦୁଇଟି ମ୍ୟାଚ ଜିତିବା ସହ ପ୍ରଥମ ସ୍ଥାନରେ କାୟମ ରହିଛି. ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ. ଅନ୍ୟପକ୍ଷରେ ଭାରତ ଓ ଆମେରିକା ଗୋଟିଏ ଗୋଟିଏ ଅଙ୍କରେ ରହିଛନ୍ତି. ମାତ୍ର ଗୋଲ ଅଙ୍କରେ ଅନ୍ତର ଥିବାରୁ ଭାତତର ସ୍ଥାନ ତୃତୀୟ ସ୍ଥାନରେ ରହିଛି. ଆମେରିକାକୁ ହରାଇବା ପରେ ଭାରତର ଚାରି ପଏଣ୍ଟ ହୋଇଯିବ. ଇଂଲଣ୍ଡ ନିଜ ଆଗାମୀ ମ୍ୟାଚରେ ହାରିଲେ କିମ୍ବା ମ୍ୟାଚ ଡ୍ର ହେଲେ ଭାରତ ପାଇଁ ରାସ୍ତା ପ୍ରଶସ୍ତ ହୋଇଯିବ. ଅଧିନାୟକ ରାନି ନିଜ ଟିମକୁ ରବିବାର ମ୍ୟାଚ ପାଇଁ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି.

LEAVE A REPLY

Please enter your comment!
Please enter your name here