ବିଜେପି ଏଜେଣ୍ଡାରେ ‘ବେବିନା’ । ଗଣଦୁଷ୍କର୍ମର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ‘ବେବିନା’ଙ୍କୁ ନ୍ୟାୟ ଦେବାକୁ ଦାବୀ କରି ଆନ୍ଦୋଳନ କରି ଆସୁଥିବା ବିଜେପି ଏବେ ଏକ ସଟ୍ ଫିଲ୍ମ ପ୍ରସ୍ତୁତ କରିଛି । ‘ଜବାବ ମାଗୁଛି ବେବିନା’ ନାଁରେ ତିଆରି ହୋଇଥିବା ଏହି ସଟ୍ ଫିଲ୍ମକୁ ବିଜେପି ମହିଳା ମୋର୍ଚ୍ଚା ରିଲିଜ କରିଛି । ଆଗକୁ ନିର୍ବାଚନ ଆସୁଥିବାବେଳେ ଗାଁ ଗହଳିରେ ଏହି ଫିଲ୍ମ ଦେଖାଇ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାକୁ ଦଳ ଯୋଜନା କରିଛି ।

    ଆସନ୍ତା କାଲି ଠାରୁ ସାରା ରାଜ୍ୟରେ ବିଜେପି “ଜବାବ ମାଗୁଛି ବେବିନା” ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତୀ ପରିଡା । ସରକାରଙ୍କ ମହିଳା ବିରୋଧୀ ନୀତି ବିରୋଧରେ ଜାଗରଣ ସୃଷ୍ଟି କରିବ ମହିଳା ମୋର୍ଚ୍ଚା । ଅଭିଯାନରେ ବିଶେଷ ଭାବେ ବିଜେପି ଦ୍ୱାରା ପ୍ରସ୍ତୁତ ୨୦ ମିନିଟର ଭିଡିଓକୁ ପ୍ରଦର୍ଶନ କରାଯିବ ।

LEAVE A REPLY

Please enter your comment!
Please enter your name here