ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଜୁ ଯୁବ ବାହିନୀ ସମାବେଶରେ ଯୋଗ ଦେଇଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବୁବେଳେ ଯୁବବର୍ଗଙ୍କ ବିକାଶ ଉପରେ ଅଗ୍ରାଧିକାର ଦେଇଆସୁଛି. ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ନିକଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପହଞ୍ଚାଇବାରେ ବିଜୁ ଯୁବ ବାହିନୀର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ. ଏହି ସମାବେଶରେ କନ୍ଧମାଳ ସମେତ ଗଞ୍ଜାମ, ଗଜପତି, ବୌଦ୍ଧ ଓ ନୟାଗଡ ଜିଲ୍ଲାର ସ୍ବେଚ୍ଛାସେବୀମାନେ ଯୋଗ ଦେଇଥିଲେ.ଏହି ଅବସରରେ ନବୀନ 250 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ. ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରେ କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା.

LEAVE A REPLY

Please enter your comment!
Please enter your name here