ରାଜନୀତି ମଇଦାନରେ ସକ୍ରୀୟ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଭାଇ ରାହୁଲଙ୍କ ସହ ମିଶି ସେ ଆରମ୍ଭ କରିଛନ୍ତି ମିଶନ ଉତ୍ତର ପ୍ର୍ରଦେଶ । କଂଗ୍ରେସ ମହାସଚିବ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରି ବନାଇବା ପରେ ଲକ୍ଷ୍ନୌରେ ସେ ଆରମ୍ଭ କରିଛନ୍ତି ରୋଡ୍ ସୋ । ପ୍ରିୟଙ୍କା ଗାନ୍ଧିଙ୍କ ସହିତ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ସାମିଲ ହୋଇଛନ୍ତି । ୪ ଦିନ ବ୍ୟାପୀ ହେବାକୁ ଥିବା ଏହି ରୋଡ ଶୋ ପାଇଁ କଂଗ୍ରେସ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି. ଲକ୍ଷୌ୍ନ ସହର ସାରା ଗାନ୍ଧି ଙ୍କ ପୋଷ୍ଟର ସହିତ ଦଳ ତରଫରୁ ଅଡିଓ କି୍ଲପ ବନାଇ ୬୦ ଲକ୍ଷ ଲୋକଙ୍କୁ ଶୁଣାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଉତ୍ତର ପ୍ରଦେଶ ଭୋଟରଙ୍କୁ ସମ୍ବୋଧିିତ କରି ପ୍ରିୟଙ୍କା କହିଛନ୍ତି ସେ ନୂଆ ରାଜନୀତି ନିର୍ମାଣ କରିବେ । ପ୍ରିୟଙ୍କାଙ୍କ ରୋଡ ଶୋ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଭରିଦେଇଛି ।

LEAVE A REPLY

Please enter your comment!
Please enter your name here