ବୁଧବାର ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଦୂର୍ଘଟଣା. ଯୁବକଙ୍କ ଉପରେ ଚଢିଗଲା ଘରୋଇ ବସ. ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ବସକୁ ଭଙ୍ଗାରୁଜା କରିଥିଲେ. ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ବସ୍ ଡ୍ରାଇଭରକୁ ଗିରଫ ପାଇଁ ଦାବି କରିଥିଲେ. ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି. ଏହାକୁ ନେଇ ଘଟଣାସ୍ଥଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା. ପରେ ପୋଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲା.

LEAVE A REPLY

Please enter your comment!
Please enter your name here