ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର କାର୍ଯ୍ୟକ୍ରମ ବେଳେ ହୋମଗାର୍ଡ ନଟବର ନାୟକଙ୍କ ଡ୍ୟୁଟି ପଡିଥିଲା ବାଲେଶ୍ବରରେ. ବୁଧବାର ସକାଳୁ ସେ ସୋରରୁ ଏକ ଲୋକାଲ ଟ୍ରେନରେ ଉଠିଥିଲେ. ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଠିକ୍ ସମୟରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ନଟବର. ନୀଳଗିରି ଷ୍ଟେସନରେ ଲୋକାଲ ଟ୍ରେନ ରହିବା ମାତ୍ରେ ସେ ଟ୍ରେନରୁ ଓହ୍ଲାଇ ପଡିଥିଲେ. ଭାବିଥିଲେ ବାଲେଶ୍ବର ଅଭିମୁଖେ ଯାଉଥିବା ଦୂରନ୍ତ ଏକ୍ସପ୍ରେସରେ ଗଲେ ସେ ଶୀଘ୍ର ପହଞ୍ଚିଯିବେ. ମାତ୍ର ଦୁର୍ଭାଗ୍ୟ ଯେମିତି ନଟବରଙ୍କୁ ଅପେକ୍ଷା କରି ରହିଥିଲା. ସେ ଲୋକାଲ ଟ୍ରେନରୁ ଓହ୍ଲାଇବା ପରେ ତାଙ୍କ ଉପରେ ମାଡିଯାଇଥିଲା ଦୂରନ୍ତ ଏକ୍ସପ୍ରେସ. ମୁହୂର୍ତ୍ତକ ମଧ୍ୟରେ କଟି ଯାଇଥିଲା ନଟବରଙ୍କ ଦୁଇଗୋଡ. ଦୁର୍ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି. ମାତ୍ର କର୍ତ୍ତବ୍ୟରେ ଅବହେଳା କରିବେନି ବୋଲି ତତ୍ପରତା ଓ ଅସାବଧାନତା ଯୋଗୁ ସେ ସବୁଦିନ ପାଇଁ ଦୁଇ ଗୋଡ ହରାଇ ବସିଲେ.