ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସଇତାନ ପାଲଟିଲା ସ୍ୱାମୀ. ସଇତାନ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି. ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବାରକୋଟିଆ ଗାଁରେ. ସୂଚନା ଅନୁସାରେ, ଗତ କିଛି ଦିନ ତଳେ ରିଆମାଳ ଅଞ୍ଚଳର ବଳ ବେହେରା ଓ ତାଙ୍କ ସ୍ତ୍ରୀ ଭଗବତୀ ବେହେରା ବାରକୋଟିଆରେ ରହୁଥିବା ଝିଅ ଜ୍ୱାଇଁଙ୍କ ଘରକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ. ଗତକାଲି ରାତିରେ ସମସ୍ତେ ରାତ୍ରି ଭୋଜନ କରି ଶୋଇଥିଲେ. ପ୍ରାୟ ଭୋର ସମୟରେ ବଳ ଓ ତାଙ୍କ ସ୍ତ୍ରୀ ଭଗବତୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା. ପରେ ବଳ ରାଗିଯାଇ ଟାଙ୍ଗିଆରେ ସ୍ତ୍ରୀ ଭଗବତୀଙ୍କୁ ହାଣି ଦେଇଥିଲେ. ଫଳରେ ଘଟଣାସ୍ଥଳରେ ଭଗବତୀଙ୍କର ମୃତ୍ୟୁ ହୋଇଥିଲା. ପରେ ପରିବାର ଲୋକେ ଏ ଘଟଣା ସଂପର୍କରେ ଖମାର ପୋଲିସକୁ ସୂଚନା ଦେଇଥିଲେ. ପୋଲିସ ପହଞ୍ଚି ଅଭିଯୁକ୍ତ ବଳକୁ ଗିରଫ କରିଛି.

LEAVE A REPLY

Please enter your comment!
Please enter your name here