ପାକିସ୍ତାନ ଘୋଷଣା କରିଛି ବଡ଼ ଖବର । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ । ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ । ଭାରତ ପୁଲଓ୍ଵାମା ହମଲାର ପ୍ରମାଣ ପ୍ରଦାନ କରିଛି । ସୀମାପାରରେ ଜାରି ଗୁଳି ବର୍ଷଣ ଓ ଭାରତୀୟ ସେନାର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନରେ ଚାପରେ ରହିଛି ପାକିସ୍ତାନ . ଅନ୍ତର୍ଜାତୀୟ ଚାପ ମଧ୍ୟ ପାକିସ୍ତାନ ଉପରେ ବଢିବାରେ ଲାଗିଛି. ଆତଙ୍କବାଦକୁ ପ୍ରୋତ୍ସାହନ କରୁଥିବାରୁ ବିଶ୍ବରେ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ଭାରତର ପ୍ରୟାସ ଏକପ୍ରକାର ସଫଳ ହୋଇଛି ।
ସୁଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବେ ପାକିସ୍ତାନର ଲଢୁଆ ବିମାନ ଭାରତୀୟ ସୀମାରେ ପ୍ରବେଶ କରି ଭାରତୀୟ ବାୟୁସେନା ପ୍ରତିଷ୍ଠାନ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା । ଯାହାକୁ ଭାରତୀୟ ଲଢୁଆ ବିମାନ ମିଗ ୨୧ ବିଫଳ କରିଥିଲା । ଭାରତୀୟ ବାୟୁସେନା ପାକିସ୍ତାନର ଏକ ଏଫ ୧୬ ବିମାନକୁ ମାରି ଖସାଇ ଦେଇଥିଲେ। ଏହି ସମୟରେ ଭାରତ ଏକ ମିଗ ୨୧ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ କବଜାକୁ ନେଇ ଯାଇଥିଲା ।