ସୋମବାର ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ମଙ୍ଗଳବାର କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି. 6ଟି ଲୋକସଭା ଓ36ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି. ବରଗଡ଼ରୁ ପ୍ରଦୀପ କୁମାର ଦେବତାଙ୍କ ନାମ ରହିଥିବାବେଳେ ସୁନ୍ଦରଗଡ଼ରୁ ଜର୍ଜ ତୀର୍କି, କଳାହାଣ୍ଡିରୁ ଭକ୍ତ ଚରଣ ଦାସ ଏବଂ ନବରଙ୍ଗପୁରରୁ ପ୍ରଦୀପ ମାଝିଙ୍କ ନାମ ଘୋଷଣା କରାଯାଇଛି. ଅନ୍ୟପଟେ କନ୍ଧମାଳ ଆସନ ପାଇଁ ମନୋଜ କୁମାର ଆଚାର୍ଯ୍ୟ ଏବଂ ବ୍ରହ୍ମପୁର ଆସନ ପାଇଁ ଭି. ଚନ୍ଦ୍ରଶେଖର ନାଇଡ଼ୁଙ୍କ ନାମ ରହିଥିବା ସୂଚନା ମିଳିଛି. ବିଧାନସଭା ଆସନ ବର୍ଗରେ କଂଗ୍ରେସ ମୋଟ 147 ଆସନରୁ 36ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ  ପଦ୍ମପୁରରୁ ସତ୍ୟ ଭୂଷଣ ସାହୁ, ବରଗଡ଼ରୁ ନିପନ୍‌ ଦାସ, ଅତାବିରାରୁ ନିହାର ମହାନନ୍ଦ ଏବଂ ବୀରମିତ୍ରପୁରରୁ ରୋହିତ ଯୋଶେଫ୍‌ ତୀର୍କି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହୋଇଛି.  ସେହିଭଳି ରାଜଗାଙ୍ଗପୁରରୁ ସିଏସ୍‌ ରଞ୍ଜନ, ବୀରମହାରାଜପୁରରୁ ବିନୋଦ କୁମାର ପାତ୍ର, ବଲାଙ୍ଗୀରରୁ ନରସିଂହ ମିଶ୍ର, ନୂଆପଡ଼ାରୁ ଘାସିରାମ ମାଝି ଏବଂ ଖରିଆରରୁ ଅଧିରାଜ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଛି.

LEAVE A REPLY

Please enter your comment!
Please enter your name here