ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂପୁର ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିବା ପରେ ଅଶାନ୍ତ ହୋଇପଡିଛି ଜଗତସିଂହପୁର ।  ଗତକାଲି ବିଜୁ ଜନତା ଦଳ ପକ୍ଷରୁ ୯ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଯାହା ମଧ୍ୟରେ ଜଗତସିଂହପୁର ଆସନ ସାମିଲ ଥିଲା । ଏହି ଆସନରୁ ଦଳ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଛି । ଏହି ଖବର ପ୍ରସାରିତ ହେବା ପରେ ଜଗତସିଂହପୁରର ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ତୀବ୍ର ପ୍ରତିବାଦ କରିଛନ୍ତି । ତାଙ୍କ ସମର୍ଥକମାନେ ଥାନାଛକ ନିକଟରେ ରାସ୍ତାରୋକ କରିବା ସହ ବିଷ୍ଣୁ ଦାସଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯଦି ପ୍ରାର୍ଥୀ ବଦଳା ନ ଯାଏ, ତେବେ ଦଳୀୟ ପ୍ରାର୍ଥୀଙ୍କୁ ସେମାନେ ନାମାଙ୍କନ ପତ୍ର ଦାଖଲ କରିବାକୁ ଦେବେନି ବୋଲି ଚେତାବନୀ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here