ଏମିତି କଣ ହୋଇପାରେ ? ଅପରେସନ ବେଳେ ଡାକ୍ତରଙ୍କ ଭୁଲ୍ ଯୋଗୁ କେତେବେଳେ କେଉଁ ରୋଗୀ ପେଟରୁ ଗଜ କପଡା କି କଇଁଚି ରହିଯିବା ଭଳି ଘଟଣା ଆମେ ଜାଣିଛେ । କିନ୍ତୁ ଜଣେ ମଣିଷ ପେଟରୁ ଚାମଚ, ସ୍କୃ ଡ୍ରାଇଭର, ଛୁରୀ ଓ ବ୍ରସ୍ କଣ ବାହାରିପାରେ । ପୁଣି ଗୋଟିଏ କି ଦୁଇଟି ନୁହେଁ, ଆଠଟି ଚାମଚ, ଦୁଇଟି ସ୍କୃ ଡ୍ରାଇଭର, ଗୋଟିଏ ଛୁରୀ ଓ ଦାନ୍ତଘଷା ବ୍ରସ ବାହାରିଛି । ଏମିତି ଘଟଣା ଘଟିଛି ମନାଲିର ଶ୍ରୀଲାଲ ବାହାଦୁର ଶାସ୍ତ୍ରୀ ସରକାରୀ ମେଡିକାଲ କଲେଜରେ । ଅପରେସନ ହୋଇଥିବା ବ୍ୟକ୍ତିଙ୍କ ବୟସ ୩୫ ବର୍ଷ । ଡାକ୍ତରଙ୍କ କହିବା କଥା, ବ୍ୟକ୍ତି ଜଣକ ମାନସିକ ରୋଗରେ ଆକ୍ରାନ୍ତ । ପେଟରେ ଯନ୍ତ୍ରଣା ହେବା ଯୋଗୁ ତାଙ୍କ ଘର ଲୋକେ ଡାକ୍ତରଖାନା ଆଣିଥିଲେ । ପେଟର ଏକ୍ସରେ ରିପୋର୍ଟରୁ ରୋଗୀଙ୍କ ପାକସ୍ଥଳୀରେ ଏସବୁ ସାମଗ୍ରୀ ଥିବା ସ୍ପଷ୍ଟ ଜଣାପଡିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅପରେସନ କରି ଏସବୁ ସାମଗ୍ରୀ ବାହାର କରିବା ପରେ ରୋଗୀ ଜଣକ ସୁସ୍ଥ ଥିବା ଡାକ୍ତର କହିଛନ୍ତି ।

LEAVE A REPLY

Please enter your comment!
Please enter your name here