ଏଥର ବିଧାନସଭାକୁ ୯୫ ଜଣ କୋଟିପତି ବିଧାୟକ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ୧୪୬ ବିଧାୟକଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ୍ ୯୫ ଜଣ ବିଧାୟକଙ୍କ ସମ୍ପତି କୋଟିଏ ଟଙ୍କାରୁ ଅଧିକ । ଆଉ ସବୁଠୁ ଅଧିକ କୋଟିପତି ବିଧାୟକ ଅଛନ୍ତି ବିଜେଡିରେ । ଦଳର ୧୧୨ ବିଧାୟକଙ୍କ ମଧ୍ୟରୁ ୭୧ ପ୍ରତିଶତ ବା ୭୯ଜଣ ବିଧାୟକ କୋଟିପତି ଅଟନ୍ତି । ସେହିପରି ବିଜେପିର ୩୯ ପ୍ରତିଶତ ବା ୯ ଜଣ ବିଧାୟକ ଓ କଂଗ୍ରେସର ୭ଜଣ ବିଧାୟକ କୋଟିପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ବିଧାୟକ ହୋଇଥିବା ବେଳେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ହେଉଛନ୍ତି ଦ୍ୱିତୀୟ ଧନୀ ବିଧାୟକ । ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୬୩ କୋଟି । ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩ କୋଟି ଟଙ୍କା । ୩୧ କୋଟି ଟଙ୍କାର ସମ୍ପତ୍ତି ସହିତ ପାଟଣାଗଡରୁ ନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ହେଉଛନ୍ତି ତୃତୀୟ ଧନୀ ବିଧାୟକ । ତେବେ ସବୁଠୁ ଗରିବ ବିଧାୟକ ହେଉଛନ୍ତି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି । ତାଙ୍କ ପାଖରେ ଥିବା ସମ୍ପତ୍ତିର ମୂଲ୍ୟ ହେଉଛି ମାତ୍ର ୧୫ ହଜାର ଟଙ୍କା । ତାଙ୍କ ଉପରକୁ ୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ବାଲେଶ୍ୱରରୁ ନିର୍ବାଚିତ ମଦନ ମୋହନ ଦତ୍ତ । ସେହିପରି ବରୀରୁ ନିର୍ବାଚିତ ସୁନନ୍ଦା ଦାସଙ୍କ ପାଖରେ ରହିଛି ମାତ୍ର ୮ ଲକ୍ଷ ଟଙ୍କାର ସମ୍ପତ୍ତି । ସେହିପରି ସର୍ବାଧିକ ଆୟଥିବା ବିଧାୟକ ହେଲେ ବାରବାଟି କଟକରୁ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ମହମଦ ମୋକିମ ।

LEAVE A REPLY

Please enter your comment!
Please enter your name here