ଭୁବନେଶ୍ୱରରେ କୋଲକାତା ତାତି । ଭୁବନେଶ୍ୱର ଏମ୍ସରେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଫଳରେ ସ୍ୱାସ୍ଥ୍ୟସେବା ଠପ୍ ହୋଇପଡିଥିବାବେଳେ ହନ୍ତସନ୍ତ ହେଉଛନ୍ତି ରୋଗୀ । ସୂଚନାନୁସାରେ, କୋଲକାତାରେ ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ସାଧାରଣ ଜନତାଙ୍କ ଦ୍ୱାରା ୨ ଜଣ ସହକର୍ମୀଙ୍କୁ ଆକ୍ରମଣ କରାଯାଇଥିଲା । ଏହାପରେ ଡାକ୍ତର ମାନେ ନିଜର ସୁରକ୍ଷା ଓ ଅଧିକାର ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନେ ଦାବି କରୁଛନ୍ତି । ଯାହାକୁ ସାରା ଦେଶରୁ ସମର୍ଥନ ମିଳିଛି । କୋଲକାତାରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଏହି ଆନ୍ଦୋଳନ ରାଜଧାନୀ ଦିଲ୍ଲୀ ଯାଏଁ ବ୍ୟାପିଥିଲା । ଆଜି ଓଡିଶାର ଡାକ୍ତରମାନେ ଏଥିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଏମସରୁ ୫୦୦ରୁ ଅଧିକ ଡାକ୍ତର ମଧ୍ୟ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ତେବେ ଡାକ୍ତରମାନଙ୍କ ଏହି ଆନ୍ଦୋଳନ ପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ସାଧାରଣ ରୋଗୀ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡିବାର ସମ୍ଭାବନା ମଧ୍ୟ ଅନେକାଂଶରେ ରହିଛି । ଅଭିଯୁକ୍ତକୁ ଗିରଫ ନ କରିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here