ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ପ୍ରବଳ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ମୁମ୍ବାଇବାସୀ । ଗତ ଶନିବାର ଓ ରବିବାର ଲଗାତାର ଦୁଇଦିନ ଧରି ଭୀଷଣ ବର୍ଷା ମାୟାନଗରୀ ମୁମ୍ବାଇକୁ ବେହାଲ କରିଦେଇଛି । ବର୍ଷା ହେବା ଦ୍ୱାରା ସହରର ବିଭିନ୍ନ ସ୍ଥାନରେ ପାଣି ଭରି ହୋଇ ରହିଛି ଏବଂ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା କଡରେ ଲୋକମାନଙ୍କୁ ଗାଡି ପାର୍କିଂ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡୁଛି । ଫଳରେ ଅଫିସ୍ଆସୁଥିବା ବ୍ୟକ୍ତି ମାନଙ୍କୁ ବହୁ ଅସୁବିଧାରେ ପଡୁଛନ୍ତି । ଏବଂ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିଛି । ତେବେ କିଛି ଲୋକ ଗାଡିରେ ଯିବା ଆସିବା ନକରି ଚାଲି ଚାଲି ଯିବା ଆସିବା କରୁଛନ୍ତି । ଅତ୍ୟଧିକ ବର୍ଷା ପ୍ରଭାବରୁ ପାଣି ଭରିହୋଇ ଦୋକାନ ଏବଂ ଘର ମଧ୍ୟକୁ ପ୍ରବେଶ କରିବାରେ ଲାଗିଲାଣି । ତେବେ ସହରରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି । ବର୍ଷା ପ୍ରଭାବରୁ ଅନେକ ଟ୍ରେନ ଏବଂ ବିମାନ ଉଡାଣ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here