ନୂଆପଡା ଜିଲ୍ଲାର ବୋଡେନ ବ୍ଲକ କର୍ଳାକୋଟ ପଞ୍ଚାୟତ ର ସରଗିମୁଣ୍ଡା ଗାଁରେ ଘଟିଛି ଏକ ଦୁଃଖଦିଅ ଘଟଣା । ଦୁଇ ଭାଇ ଭଉଣି ଦେବନ୍ତି ବେହେରା ଏବଂ ଗୌତମ ବେହେରା ଭିକ୍ଷା ମାଗି ଚଳୁଥିଲେ । ଗୌତମ ଭିନ୍ନକ୍ଷମ ହୋଇଥିବାରୁ ତିନି ଚକିଆ ଟ୍ରାଏ ସାଇକେଲ ରେ ବୁଲି ବୁଲି ଭିକ୍ଷା ମାଗି ଚଳୁଥିଲେ । ତେବେ ଗତ ବର୍ଷ ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଦୁଇ ଭାଇ ଭଉଣିଙ୍କୁ ୧୦ କେଜି ଚାଉଳ ଏବଂ ଗୌତମ ଭିନ୍ନକ୍ଷମ ଥିବାରୁ ତାଙ୍କୁ ଭତ୍ତା ମାସକୁ ୫୦୦ ଟଙ୍କା ଦିଆଯାଉଥିଲା । ପରେ ଗୌତମ ଅସୁସ୍ଥ ହେବାରୁ  ନୂଆପଡା ମୁଖ୍ୟ ହସ୍ପିଟାଲରେ ପ୍ରୟ ୩ ମାସ ଧରି ଚିକିତ୍ସତ ହେଲେ । ଗୌତମଙ୍କ ସ୍ୱାସ୍ଥ୍ୟ ଭଲ ନହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ନେବାପାଇଁ ପରାମର୍ସ ଦେଲେ । କିନ୍ତୁ ଦମୟନ୍ତି ପଇସା ଅଭାବରୁ ଗୌତମଙ୍କୁ ଘରକୁ ନେଇଆସିଥିଲେ ଫଳରେ ଗତ ମାସରେ ଯେଉଁ ଭତ୍ତା ୫୦୦ ଟଙ୍କା ମିଳିଥିଲା ସେଥିରେ ଔଷଧ କିଣିଥିଲେ । ଏବଂ ଗୌତମ ଅସୁସ୍ଥ ଥିବାରୁ ଭିକ୍ଷା ମାଗିବା ପାଇଁ ଅକ୍ଷମ ଥିଲେ ଓ ଘରେ ପଡିରହିଲେ । ସରକାରଙ୍କ ତରଫୁ ଜେଉ ଚାଉଳ ମିଳୁଥିଲା ତାହା ଏବେ ଦେଢ଼ ମାସ ହେବ ଚାଉଳ ମିଳିବା ବନ୍ଦ ହୋଇଯାଗା । ତେବେ ଗତ ୪ଦିନ ହେବ ଘରେ ଖାଇକୁ ନଥିବାରୁ ଏବଂ ସରକାଙ୍କ ସାହାୟତା ନମିଳିବାରୁ ଗୌତମଙ୍କ ମୃତ୍ୟୁ ହୋଇଛି ବୋଲି ତାଙ୍କ ଭଉଣି ଓ ଗାଁ ଲୋକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here