ପୁଣି ଚର୍ଚ୍ଚାରେ ଦଇତା ପତିଙ୍କ ଆଚରଣ । ଚର୍ଚ୍ଚାରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ । ଯେଉଁ ଫଟୋରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସ ମହାପାତ୍ର ଦେବଦଳନ ରଥ ଉପରେ ସୁଦର୍ଶନ ମହାପ୍ରଭୁଙ୍କୁ ଆଉଜି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି । ଏହା ରଥଯାତ୍ରା ସମୟର ଫଟୋ । କିନ୍ତୁ ଫଟୋଟି ଚଳିତ ରଥଯାତ୍ରା ସମୟରେ କି ନୁହେଁ ତାହା ଜଣାପଡିନାହିଁ । ଏଭଳି ଫଟୋ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଛି । ସୋସିଆଲ ମଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ମା ସୁଭଦ୍ରାଙ୍କ ରଥ ଉପରେ ସୁଦର୍ଶନଙ୍କୁ ଆଉଜେଇ ବିଶ୍ରାମ ନେଉଥିବାର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ବିଶ୍ୱର ଜଗନ୍ନାଥ ପ୍ରମୀ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ନିନ୍ଦା କରିଛନ୍ତି । ସୁଦର୍ଶନଙ୍କୁ ଡେରି ହୋଇ ବିଶ୍ରାମ ନେବା ଜଗନ୍ନାଥ ସଂସ୍କୃତିର ଅପମାନ ବୋଲି ଅନେକ ଭକ୍ତ କହୁଥିବା ବେଳେ ଏବେ ଚିନ୍ତାରେ ପଡିଛନ୍ତି ଦଇତା ପତି । ଘଟଣା ସମ୍ପର୍କରେ ପ୍ରଶାସନ କିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ତାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here