ଜଗନ୍ନାଥ କେବଳ ଓଡିଆ କି ହିନ୍ଦୁଙ୍କ ଦେବତା ନୁହଁନ୍ତି ? ଜଗନ୍ନାଥ ସାରା ବିଶ୍ୱର ଦେବତା, ସେ ଜଗତର ବିଶ୍ୱକର୍ତ୍ତା ଜଗତରନାଥ ଜଗନ୍ନାଥ । ସେ ଜାତି, ଧର୍ମ, ବର୍ଣ୍ଣ ଠାରୁ ବି ଉର୍ଦ୍ଦ୍ବରେ I ଦାସିଆ ବାଉରି ଠାରୁ ଆରମ୍ଭ କରି ଭକ୍ତ ସାଲବେଗ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଭକ୍ତ । ଏବେ ଏମିତି ଏକ ଦୃଶ୍ୟ ଭାବବିହ୍ୱଳ କରି ଦେଇଛି ରାୟଗଡାବାସୀଙ୍କୁ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାହୁଡା ଯାତ୍ରା ଅବସରରେ ଜଣେ ମୁସଲିମ ଭକ୍ତ ଯୋଡ ହସ୍ତ ମୁଦ୍ରାରେ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା ସେଠାକାର ପରିବେଶକୁ ଭକ୍ତିମୟ କରିଦେଇଛି । ମୁସଲିମ ଭକ୍ତ ଜଣଙ୍କ ନାଁ ସେକ୍ ମସ୍ତାନା ଏବଂ ସେ ପେଷାରେ ଜଣେ ଲୁଗା ବ୍ୟବସାୟୀ I ମସଜିଦରେ ନିଜର ଦୋକାନଟିଏ ରହିଛି । ସେ ପ୍ରତ୍ୟକ ଦିନ ଭୋର ୫ଟାରୁ ପ୍ରଥମେ ମସଜିଦ୍ ଆସି ନମାଜ ପଢ଼ିବାପରେ ଶୁନ୍ୟ ଗୁଣ୍ଡିଚା ମନ୍ଦିର ଆଗରେ ଜଗନ୍ନାଥଙ୍କୁ ସ୍ମରଣକରି ଭକ୍ତିପୁତ ମୁଣ୍ଡିଆଟିଏ ମାରିବା ପରେ ବ୍ୟବସାୟ ଆରମ୍ଭ କରନ୍ତି । ସେକଙ୍କ ମତରେ ମନୁଷ୍ୟ ପ୍ରଥମେ, ପରେ ଧର୍ମ । ସେକ୍ ଜଣେ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ସେ ଯେତିକି ଭକ୍ତି ଆଲାଙ୍କୁ କରନ୍ତି ସେତିକି ଭକ୍ତି ଇଶ୍ୱର ତଥା ଜଗନ୍ନାଥଙ୍କୁ କରନ୍ତି । ଇଶ୍ୱର ଆଲ୍ଲା ତେରେ ନାମ୍, ସବକୋ ସନମତି ଦେ ଭଗବାନ ।

LEAVE A REPLY

Please enter your comment!
Please enter your name here