କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡମାଇନ ବିସ୍ପୋରଣର ଦୃଶ୍ୟ । ମାଲକାନଗିରି ସୀମାବର୍ତ୍ତି ସୁକମା ଜିଲ୍ଲା ରାସ୍ତା କଡରୁ ତିନୋଟି ଲ୍ୟାଣ୍ଡମାଇନ ମିଳିବା ପରେ ସେସବୁକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ । ମାଓବାଦୀମାନେ ଆସନ୍ତା ୨୮ ତାରିଖରୁ ସହିଦ ସପ୍ତାହ ପାଳନ ଲାଗି ଆହ୍ୱାନ ଦେଇଛନ୍ତି । ଅଗଷ୍ଟ ୩ ତାରିଖ ଯାଏ ଏହି ସପ୍ତାହ ଚାଲିବ । ତେବେ ଏହା ପୂର୍ବରୁ ସୁରକ୍ଷା କର୍ମୀ ସଜାଗ ହୋଇଛନ୍ତି । ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କମ୍ବିଂବେଳେ ଏରାବୁରରୁ ସିରିଜ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଏହାପରେ ସଜାଗ ହୋଇଯାଇଛି ପୋଲିସ ଓ ପ୍ରଶାସନ । ବିଶେଷ କରି ଛତିଶଗଡ ସୀମାବର୍ତ୍ତି ଅଞ୍ଚଳ ଓ ଦକ୍ଷିଣ ଓଡିଶାର ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକରେ ପ୍ରଶାସନ ଓ ପୋଲିସ ଅଧିକ ସଜାଗ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here