ଶ୍ରାବଣ ମାସରେ ଖରା ଦିନ ପରି ଖରା । ଦିନକୁ ଦିନ ଖରାର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଲାଣି । ଅତ୍ୟଧିକ ଖରା ଯୋଗୁଁ ଏବେ ଚିନ୍ତାରେ ଚାଷୀକୂଳ । ଖରା ପ୍ରଭାବରେ ଧାନବିଲ ସବୁ ଫାଟି ଆଁ କଲାଣି । ତଳି ସବୁ ପାଚି ଲାଲ ହୋଇଗଲାଣି । ବର୍ଷାକୁ ଚାହିଁ ଚାହିଁ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ । ରାଜ୍ୟରେ ସବୁଆଡେ ଏଭଳି ପରିସ୍ଥିତ ଦେଖାଦେଇଛି । ବରଗଡ ଜିଲ୍ଲା ବିଜେପୁର ନିକଟରେ ଥିବା ଟେଙ୍ଗରା ଗାଁରେ ମଧ୍ୟ ସମାନ ଦୃଶ୍ୟ । ଇନ୍ଦ୍ର ଦେବତାଙ୍କୁ ଚାତକ ପରି ଚାହିଁ ରହିଛି ଚାଷୀ । ବର୍ଷାର ଅଭାବ ଯୋଗୁ ଗଜା ମରୁଢ଼ି ଦେଖାଦେଉଛି । ତେବେ ସରକାର ଓ ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେଉନାହାଁନ୍ତି ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here