ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । ଦେଶର ସମସ୍ତ ନେତା ମନ୍ତ୍ରୀ ମାନେ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିଭଳି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଜେଟଲୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପୁରୀ ବିଶାଳ ବେଳାଭୂମିରେ ସେ ବାଲୁକା କଳା ନିର୍ମାଣ କରିଛନ୍ତି । ୧୦ ଫୁଟ ବିଶିଷ୍ଟ ବାଲୁକା କଳାକୁ ସେ ପ୍ରାୟ ୫ ଟନ ବାଲିରେ ନିର୍ମାଣ କରିଛନ୍ତି । ୫ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ମାନସ ସାହୁ ଜେଟଲୀଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି

LEAVE A REPLY

Please enter your comment!
Please enter your name here