କୁଳଭୂଷଣ ଯାଦବଙ୍କୁ ପାକିସ୍ତାନରେ ଭେଟିଲେ ଭାରତୀୟ ପ୍ରତିନିଧି । ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଭାରତ । ଏହାପରେ କୁଳଭୂଷଣ ଯାଦବଙ୍କୁ ଭେଟିଛନ୍ତି ଭାରତୀୟ ପ୍ରତିନିଧି ଗୌରବ ଆଲୁବାଲିଆ । ତେବେ ଏହି ସାକ୍ଷାତକାର ଅବାଧ୍ୟ ନିରପକ୍ଷ ହେବା ଜରୁରୀ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା । ଏହି ସାକ୍ଷାତର ଅବଧି ମାତ୍ର ୨ ଘଣ୍ଟା ରହିଥିଲା । ସାକ୍ଷାତବେଳେ ଭାରତୀୟ ଅଧିକାରୀ ଇଂରାଜୀ ଭାଷାରେ ହିଁ କଥାବାର୍ତ୍ତା କରିବେ । ପାକିସ୍ତାନରେ ବନ୍ଦିଥିବା କୁଳଭୂଷଣ ଯାଦବଙ୍କୁ ୨୦୧୭ରେ ମୃତ୍ୟୁଦଣ୍ଡାଦେଶ ହୋଇଥିଲା । ଯାହାକୁ ରୋକ ଲଗାଇବା ସହ କନସ୍ୟୁଲାର ଆସେସ ଦେବା ପାଇଁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଛନ୍ତି ।