ଭୁବନେଶ୍ୱର ଆପୋଲୋ ହସ୍ପିଟାଲରକୁ ଜାତୀୟ ମାନବାଧିକାର ଛାଟ ଲଗାଇଥିବା ବେଳେ, ଏହି ନିର୍ଦେଶକୁ ୪ସପ୍ତାହ ପାଇଁ ରିହାତଦେଶ ଦେଲେ ହାଇକୋର୍ଟ । କିଡ଼୍ନୀ ପ୍ରତ୍ୟାରୋପଣ ମାମଲାରେ ଛାଟ ଲଗାଇଥିଲେ ଜାତୀୟ ମାନବାଧିକାର | ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ହାଇକୋର୍ଟ ଆପୋଲୋ ହସ୍ପିଟାଲରକୁ ସାମୟିକ ଆଶ୍ୱସ୍ତି ଦେଇଛନ୍ତି | ଏହି ୪ସପ୍ତାହ ମଧ୍ୟରେ ଏନଏଚଆରସିଙ୍କ ନିକଟରେ ଆପୋଲୋକୁ ଯୁକ୍ତି ତଥା ନିଜ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ରେ ବରଗଡ଼ର ଅନିଲ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ସେଠାରେ ତାଙ୍କର କିଡନୀ କାଢ଼ି ନିଆଯାଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଖରାପ ହେବା ପରେ ତାଙ୍କ କିଡ଼ନ ନଥିବା ଡାକ୍ତର କହିଥିଲେ | ଏନେଇ ୨୦୧୬ରେ ଅନିଲ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ମାମଲା ଅଧିକ ଜଟିଳ ହୋଇଯିବ ନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ଏନଏଚଆରସି କଠୋର ଆଭିମୁଖ୍ୟ ଗ୍ରହଣ କରି ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ |

LEAVE A REPLY

Please enter your comment!
Please enter your name here