ବିଧବା ବୋହୂକୁ ବାହାଘର କଲେ ଶାଶୂ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ଘଟଣା ଘଟିଛି ଅନୁଗୋଳରେ । ତାଳଚେର ଏମସିଏଲ ଭରତପୁର କୋଇଲା ଖଣିରେ ମୃତ୍ୟୁବରଣ କରିଥିଲେ ଅନୁଗୋଳ ଗୋବରା ଗାଁର ରଶ୍ମି ରଞ୍ଜନ ବେହେରା । ମାତ୍ର କିଛିମାସ ତଳେ ବିବାହ କରିଥିବା ରଶ୍ମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଲିଲି ବେହେରା ବିଧବା ହୋଇଥିଲେ । ଏହାପରେ ଲିଲିଙ୍କ ଦୁଃଖ ଦେଖି ନପାରି ତାଙ୍କ ଶାଶୁ ପ୍ରତିମା ବୋହୂର ଅନ୍ୟତ୍ର ବାହାଘର ପାଇଁ ବର ଖୋଜିଥିଲେ । ଶେଷରେ ପ୍ରତିମା ତାଙ୍କ ଭାଇ ପ୍ରାଣବନ୍ଧୁ ବେହେରାଙ୍କ ପୁଅ ସଂଗ୍ରାମଙ୍କ ସହିତ ଲିଲିର ବିବାହ କରାଇଥିଲେ । ଅନୁଗୋଳ ରାଜକିଶୋର ପଡାରେ ଥିବା ଜଗନ୍ନାଥ ମନ୍ଦିରରେ ଲିଲିଙ୍କ ବାହାଘର ସମ୍ପନ୍ନ ହୋଇଛି । ସାହି-ପଡିଶାରୁ ନେଇ ଆଖପାଖ ଅଞ୍ଚଳର ସମସ୍ତଙ୍କ ପାଇଁ ଏ ଆଦର୍ଶ ବିବାହ ଏକ ଉଦାହରଣ ପାଲିଟିଛି ।

LEAVE A REPLY

Please enter your comment!
Please enter your name here