ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରେ, କିନ୍ତୁ ଏବେ ପିଆଜ ଦର ଆଖିରେ ଲୁହ ଭରି ଦଉଛି | ହୁତୁ ହୁତୁ ହୋଇ ବଢ଼ିବାରେ ଲାଗୁଛି ଦର | ଦର ଏବେ ଆକାଶ ଛୁଆ ହୋଇଯାଇଥିବା ବେଳେ, ହାତ ମାରିବାକୁ ଡର ଲାଗୁଛି | ଗତ ସପ୍ତାହ ତଳେ ପିଆଜ କିଲୋ ୩୫ ଟଙ୍କା ଥିବା ବେଳେ, ଏବେ ୫୦ ଟଙ୍କା ଉପରକୁ ଟପିଲାଣି | ସେପଟେ ବଢୁଥିବା ଦରକୁ ନେଇ ଖାଉଟି ଓ ବ୍ୟବସାୟୀ ମୁଣ୍ଡରେ ହାତ ଦେଲେଣି | ନାସିକ ଓ ଆନ୍ଧ୍ରରୁ ଆମଦାନୀ କମ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି | ବର୍ଦ୍ଧିତ ପିଆଜ ଦରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ | ନାସିକର ବନ୍ୟା ପାଇଁ ଦର ବଢୁଥିବା ବେଳେ ନିୟନ୍ତ୍ରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ଖୁବଶୀଘ୍ର ଏହି ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି | ଏଥିସହ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଆସିବା କମି ଯାଇଛି | ଯାହାର ପ୍ରଭାବ ସାଧାରଣ ଖାଉଟିମାନଙ୍କୁ ଦେବାକୁ ପଡୁଛି | ସେପଟେ ପ୍ରାୟ ସବୁ ଜିଲ୍ଲାରେ ପିଆଜ ଦର ୪୫ ଉପରେ ରହିଛି | ଆଗକୁ ଆହରି ବଢିବା ନେଇ ଆଶଙ୍କା କରାଯାଉଛି |

LEAVE A REPLY

Please enter your comment!
Please enter your name here