୭ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ହାଉଡ଼ି ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେବେ | ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରାମ୍ଫ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ | ପ୍ରଧାନମନ୍ତ୍ରୀ ମୋଦୀ ୫୦ ହଜାର ପ୍ରବାସୀ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବେ | ସେହିପରି ଡୋନାଲ ଟ୍ରାମ୍ଫ ବି ସମ୍ବୋଧିତ କରିବା ନେଇ ସୂଚନା ରହିଛି | ଆଜି ରାତି ସାଢେ ୭ ଟାରୁ ସାଢେ ୧୦ ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ | ସେପଟେ ଏନଆରଜି ଷ୍ଟାଡିୟମରେ ହାଓଡି ମୋଦି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ତେବେ ଜାରି ରହିଥିବା ବର୍ଷା ବାଧକ ସାଜିବା ନେଇ ଆଶଙ୍କା କରାଯାଉଛି |

ହାଓଡି ମୋଦି କାର୍ଯ୍ୟକ୍ରମର ମଂଚରେ ଏକାଠି ନଜର ଆସିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପ । ଆଉ ସମାବେଶରେ ଏକ ବଡ ଘୋଷଣାର ସଙ୍କେତ ମଧ୍ୟ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି । ଏହା ସହ ମୋଦି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଆସନ୍ତା ୨୭ ତାରିଖରେ ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here