ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ସିଂଗିଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ସାମଗ୍ରୀ ଉପରେ ରୋକ ଲଗାଇଛନ୍ତି | ପ୍ଲାଷ୍ଟିକ ବ୍ୟବହାର ରୋକିବା ସହ ଲୋକମାନଙ୍କୁ ସଚେତନ କରିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି | ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ପ୍ଲାଷ୍ଟିକ ବ୍ୟବହାର ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ | ଘର ଘର ବୁଲି ଏନେଇ ଲୋକମାନଙ୍କୁ ସଚେତନ କରାଯିବ | ବାଙ୍କୀ ମୁହାଣ, ମଙ୍ଗଳା ନଦୀରେ ପ୍ଲାଷ୍ଟିକ ବୋତଲ ପାଣିରୁ ଛାଣି ଅଲଗା କରି ତାକୁ ବ୍ୟବହାର ଉପଯୋଗୀ କରାଯିବ | ବଜ୍ୟବସ୍ତୁ ସୁବିନିଯୋଗ ପାଇଁ ମାଇକ୍ରୋ କାମ୍ପୋଷ୍ଟିଙ୍ଗ କେନ୍ଦ୍ର ପ୍ରତିଷ୍ଠା କରାଯିବ | ଏଥିପାଇଁ ୨୦ଟି ଜାଗା ଚିହ୍ନଟ କରାଯାଇଛି | ତେବେ ଯିଏ ନିୟମ ଉଲଂଘନ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ |

LEAVE A REPLY

Please enter your comment!
Please enter your name here