ସାରା ରାଜ୍ୟରେ କୋହଲା ପାଗ । କେତେକ ସ୍ଥାନରେ ଝିପି ଝିପି ବର୍ଷା ବି ଲାଗି ରହିଛି । ପାଣିପାଗ ବିଭାଗ ଆକଳନ କରିଛି ଏଭଳି ପାଗ ଆଜି ଲାଗି ରହିବ । ଆଜି ଅଧିକ ଜାଡ ବି ବଢିବ । ଓଡିଶାର ୭ଟି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏବଂ ଏହାରି ଭିତରେ ବର୍ଷା କମିବା ପରେ ଅଧିକ ଥଣ୍ଡା ବା ଜାଡ ଅନୁଭୂତ ହେବ ବୋଲି କୁହାଯାଇଛି । ଏଥିସହିତ କାକର ବି ବଢିବ ବୋଲି ମଧ୍ୟ କୂହାଯାଇଛି । ଏହି ଜିଲ୍ଲା ଗୁଡିକ ଭିତରେ ଆଜିଠୁ ଶୀତ ବଢିବ ପୁରୀ , ଯାଜପୁର, ଢେଙ୍କାନାଳ , ନୟାଗଡ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା , ଗଞ୍ଜାମ, କନ୍ଧମାଳ କେନ୍ଦୁଝର ଏବଂ ମୟୂରଭଞ୍ଜରେ ବର୍ଷା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ବି ରହିଛି । ବର୍ଷା ଛାଡିବା ପରେ ଥଣ୍ଡା ପ୍ରକୋପ ବଢିବ । ୧୦ ତାରିଖ ପରଠାରୁ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ୪ଟି ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରାଯାଇଛି । ସୋନପୁର, କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ୱର, ଅନୁଗୁଳରେ ୧୦ ତାରିଖ ପରେ ଥଣ୍ଡା ବଢିବ ବୋଲି ପାଣିପାଗ ବିଭାଗ କହିଛି । ତେବେ ବିହାର ଏବଂ ଏହାର ଆଖ ପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here