ଭୁବନେଶ୍ୱର : ଆଜି ସକାଳୁ ପାଗ କୋହଲା ହେବା ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି I ଆସନ୍ତା 48 ଘଣ୍ଟା ଯାଏଁ ଏହିଭଳି ପାଗ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି I ଏହି ସମୟରେ ସ୍ଥାନେ ସ୍ଥାନେ ଘଡଘଡି ସହ 30ରୁ40 କିମି ବେଗରେ ପବନ ବହିପାରେ I ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ନୂଆପଡା,ବଲାଙ୍ଗୀର, ସୋନପୁର, ବୈାଦ୍ଧ, ଯାଜପୁର, କେନ୍ଦ୍ରାପଡା, ଜରତସିଂହପୁର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ I ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା I ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି I ଶନିବାର ଦିନ ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, କନ୍ଧମାଳରେ ପବନ ସହିତ ବର୍ଷା ସମ୍ଭାବନା ରହିଛି I 8 ତାରିଖ ଦିନ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଥିବା ବେଳେ ବାକି ସ୍ଥାନ ଗୁଡିକରେ ପାଗ ଶୁଖିଲା ରହିବ I

LEAVE A REPLY

Please enter your comment!
Please enter your name here