ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାମ ଆରମ୍ଭ ହେବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥ ନିର୍ମାଣ ସଂପର୍କରେ ସୂଚନା ଦେଇ ପୁରୀ ଗଜପତି ଶ୍ରୀ ଦିବ୍ୟସିହଂ ଦେବ କହିଛନ୍ତି, ସରକାରଙ୍କ ନିୟମ ଅନୁଯାୟୀ ରଥ ନିର୍ମାଣ ଏକ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ରଥ ତିଆରି କରିବାରେ ସମସ୍ୟା କିଛି ନାହିଁ । ତେଣୁ ଖୁବଶୀଘ୍ର ରଥ ନିର୍ମାଣ ଆରମ୍ଭ କରାଯିବ । ପୁରୀ ଗ୍ରୀନ ଜୋନ୍ ହୋଇଥିବାରୁ ରଥଖଳାରେ ସାମାଜିକ ଦୂରତ୍ବ ରକ୍ଷା କରି ରଥ ନିର୍ମାଣ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here