ଆଜି ରାଜ୍ୟରେ କରୋନାରେ ୧୭ ଜଣଙ୍କ ଜୀବନ ଯାଇଛି । ବାଲେଶ୍ୱର ଓ ଢେଙ୍କାନାଳରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଜଗତସିଂହପୁର , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି ।
ଆଜି ରାଜ୍ୟର ସମସ୍ତ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୩୦୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୫୩ କରୋନା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୦୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୪୯ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୯ ହଜାର ୩୮୭ କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ ରହିଛି ୩୪,୩୧୪ ଏବଂ ସୁସ୍ଥ ହେଲେଣି ୧,୯୪, ୧୨୮ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ- ୧୫୩, କଟକ-୨୫୬,ଷ୍ଟେଟ୍ ପୁଲ୍‌- ୧୪୭, ଝାରସୁଗୁଡା-୧୪୬, କେନ୍ଦ୍ରାପଡା-୧୧୫, କେନ୍ଦୁଝର-୧୩୩, କେନ୍ଦୁଝର-୧୩୩, ସମ୍ବଲପୁର-୧୨୩, ପୁରୀ-୧୨୭, କେନ୍ଦୁଝର-୧୩୩, ଅନୁଗୁଳ-୬୪, ବାଲେଶ୍ୱର-୫୮, ବରଗଡ-୯୮, ଭଦ୍ରକ-୭୦, ବଲାଙ୍ଗିର-୯୫, ବୌଦ୍ଧ-୨୮, ଦେଓଗଡ-୧୬, ଢେଙ୍କାନାଳ-୫୧, ଗଜପତି-୧୮, ଗଞ୍ଜାମ-୫୨, ଜଗତସିଂହପୁର-୭୨, କଳାହାଣ୍ଡି-୪୧, କନ୍ଧମାଳ-୩୨, କୋରାପୁଟ-୪୪, ମାଲକାନଗିରି-୬୨, ନବରଙ୍ଗପୁର-୧୪, ନୟାଗଡ-୬୭, ନୂଆପଡା-୫୬, ରାୟଗଡା-୩୬, ସୋନପୁର-୮୩, ସୁନ୍ଦରଗଡରୁ ୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here