ସମୟ ଥିଲା, ଆକାଶରେ କଟୁଥିଲା ବହୁତ ସମୟ । ଚାର୍ଟରରେ ବ୍ରେକଫାଷ୍ଟ, ଚାର୍ଟରରେ ଲଞ୍ଚ୍ ଅବା ଡିନର୍ । ଭୁବନେଶ୍ବରରୁ ପୁନେ, ମୁମ୍ବାଇ ସହରକୁ ଉଡୁଥିଲା ଚାର୍ଟର । ଅୟସରେ କଟୁଥିଲା ସମୟ । ବୋର୍ ହେବା ପାଇଁ ସମୟ ବି ନଥିଲା । ଆକାଉଣ୍ଟରେ ଜମା ହେଉଥିଲା କୋଟି କୋଟି ଟଙ୍କା । ଆଉ ଟଙ୍କାକୁ କେମିତି ମ୍ୟାନେଜ୍ କରିବେ, ସେଥିପାଇଁ ବାଟ ପାଉ ନଥିଲେ ବାପପୁଅ । ଏବେ କିନ୍ତୁ ସମୟ ବଦଳି ଯାଇଛି । ଆଉ ଚାର୍ଟରରେ ଉଡିବାର ମସ୍ତି ନାହିଁ । ଝାରପଡା ଜେଲରେ କଟୁଛି ସମୟ । ରିମାଣ୍ଡ ଅବଧି ଶେଷ ହେବା ପରେ ଝାରପଡା ଜେଲକୁ ଗଲେ ବାପପୁଅ – ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକ । ତିନିଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ମାରାଥନ ଜେରା କରିବା ପରେ ଠକାମିର ଅନେକ ସତ ଉଗାଳିଛନ୍ତି ବାପପୁଅ । ଟାଟା ମୋଟର୍ସରେ ଆକାଶ ଚାକିରୀ କରି ନଥିବା ଏବଂ ମିଛରେ ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିବା କଥା କୁଆଡେ ଜେରା ବେଳେ ଆକାଶ ମାନି ଯାଇଛନ୍ତି । ତେବେ ଜେଲରୁ ମୁକୁଳିବା ପରେ ତାଙ୍କ ବିରୋଧରେ ହୋଇଥିବା ଷଡଯନ୍ତ୍ର ସଂପର୍କରେ ସେ ଖୁଲାସା କରିବେ ବୋଲି କହିଛନ୍ତି ଅଭୟକାନ୍ତ । ଅନ୍ୟପକ୍ଷରେ ଆକାଶଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ପିଟର ନାମକ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ମୁମ୍ବାଇରୁ ଆଣି ପଚରାଉଚରା କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here