ଏଣିକି ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ଜରୁରୀ । ଆଜି ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଯଦି ଏହି ନିୟମକୁ ଖିଲାପ କରାଯାଏ ତେବେ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯିବ । ଗାଡି ଚଳାଇବାବେଳେ ଉଭୟ ବ୍ୟକ୍ତି ହେଲମେଟ୍ ପିନ୍ଧିବାକୁ ପଡିବ ବୋଲି ଟୁଇଟ୍ କରି ସୂଚନା ଦିଆଯାଇଛି । ଯଦି ଏହି ନିୟମ ଖିଲାପ କରାଯାଏ ତେବେ ଡିଲ୍ ବାତିଲ ହେବ ବୋଲି ସୂଚନା ଦିଆଯାଇଛି । ଗତକାଲି କଟକ ଆରଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୪୨ଟି ଡିଲକୁ ବାତିଲ୍ କରାଯାଇଥିବା ଏକ ଟୁଇଟରେ ଜବାବ୍ ଦେଇ ଲୋକଙ୍କ ନିମନ୍ତେ ସୂଚନା ଦେଇଛି ପରିବହନ ବିଭାଗ ।

LEAVE A REPLY

Please enter your comment!
Please enter your name here